କଳିଙ୍ଗସେନାର ନିର୍ବାଚନ ଇସ୍ତାହାର କମିଟି ଗଠିତ

କଳିଙ୍ଗସେନାର ନିର୍ବାଚନ ଇସ୍ତାହାର କମିଟି ଗଠିତ

                    ପ୍ରକାଶ ନାୟକ ଅଧ୍ୟକ୍ଷ
ସୁଶାନ୍ତ, ଜଗବନ୍ଧୁ, ସବ୍ୟସାଚୀ, ଗୌରାଙ୍ଗ ସହ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର, ୧୭ ।୩ : ୨୦୧୯ ସାଧାରଣ ନିର୍ବାଚନ ପାଇଁ କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ସେନାର ବରିଷ୍ଠ ନେତା ପ୍ରକାଶ ନାୟକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କମିଟିର ସହ ଅଧ୍ୟକ୍ଷ ଭାବେ ସାଧାରଣ ସଂପାଦକ ସୁଶାନ୍ତ କୁମାର ସାହୁ, ଜଗବନ୍ଧୁ ମହାନ୍ତ, ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ବୈକୁଣ୍ଠ ଧଙ୍ଗଡ଼ା ମାଝି, ବିଜୟ ରାଜ, ଯଦୁମଣି ମହାନ୍ତ, ବରଦାକାନ୍ତ ମହାନ୍ତି, ଅବଦୁଲ କୟୁମ୍ ଖାନ୍, ନିରଞ୍ଜନ ପରିଡ଼ା, ଅନାମ ଚରଣ ପରିଡ଼ା, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ମମତା ମହାନ୍ତି, ରେଣୁବାଳା ମହାନ୍ତି, ଅରୁ ଦେଇ, ଅଜୟ ନାୟକ, ଶିବାଶିଷ ଦାଶ ପ୍ରମୁଖଙ୍କୁ ସେନା ସୁପ୍ରିମୋ ନିଯୁକ୍ତି କରିଛନ୍ତି । ସେନା ସୁପ୍ରିମୋଙ୍କ ଘୋଷଣା ମୁତାବକ କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ ଦୀପକ ସାହୁ, ବିଶ୍ୱଜିତ୍ ଗୋସ୍ୱାମୀ, କୃତିବାସ ସାହୁ, ଅଶୋକ ସାହୁ, କମଳାକାନ୍ତ ସାହୁ, ବାଳକୃଷ୍ଣ ବାଗ୍ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି । ଖୁବ୍ଶୀଘ୍ର କଳିଙ୍ଗସେନା ତା’ର ଇସ୍ତାହାର ପ୍ରକାଶ କରିବ ବୋଲି ସୁପ୍ରିମୋ ଶ୍ରୀ ରଥ କହିଛନ୍ତି । ନିର୍ବାଚନୀ ଇସ୍ତାହାରରେ ବିଶେଷ ଭାବରେ ଯୁବକ, ମହିଳା, କୃଷକ, ଶିକ୍ଷା, ସ୍ୱାସ୍ଥ୍ୟ, ଓଡ଼ିଆ ବ୍ୟବସାୟୀ ଏବଂ ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ସଂସ୍କୃତି ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଶ୍ରୀ ରଥ ନିଦେ୍ର୍ଦଶ ଦେଇଛନ୍ତି ବୋଲି ସାଧାରଣ ସଂପାଦକ ସୁଶାନ୍ତ ସାହୁ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।